ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା

ଭୁବନେଶ୍ବର : ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା । ଗୃହରେ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି । ଅନ୍ୟପଟେ ଶୂନ୍ୟକାଳରେ ଗୃହରେ ଶାସକ ଦଳର ନାରବାଜି । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡିଶା ଲୋକଙ୍କୁ ଠକି ଦେଲେ ଏଭଳି ବ୍ୟାନର ଧରି ନିଜ ଆସନ ରେ ଛିଡ଼ା ହୋଇ ପ୍ରତିବାଦ କରୁଛନ୍ତି ବିଜେଡି ସଦସ୍ୟମାନେ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ଓ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ ବିଜେପିର ପ୍ରବଳ ହଟ୍ଟଗୋଳ । କଂଗ୍ରେସ ବି ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ କରିଛି ହଟଗୋଳ।