ଆଜିଠୁ ବିଏମ୍‌ସି ନୂଆ କୋଠାରେ ଅଭିଯୋଗ ଶୁଣାଣି ଆରମ୍ଭ ହେଲା

ଭୁୁବନେଶ୍ୱର : ଆଜିଠୁ ବିଏମ୍‌ସି ନୂଆ କୋଠାରେ ଅଭିଯୋଗ ଶୁଣାଣି ଆରମ୍ଭ ହେଲା। କୋଠାର ଅପର ଗ୍ରାଉଣ୍ଡ ଫ୍ଲୋର୍‌ରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କମିସନର ବିଜୟ ଅମୃତା କୁଲାଙ୍ଗେ ସଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ। ଗତ ୨୦ ତାରିଖରେ କର୍ପୋରେସନ ବୈଠକ ଥିବାରୁ ଶୁଣାଣି ହୋଇ ପାରିନଥିଲା। ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବା ପରେ ଲିଫ୍ଟ ଦେଇ ଅପରଗ୍ରାଉଣ୍ଡ ଫ୍ଲୋର୍‌କୁ ଯିବେ। ସେଠାରେ ଅଭିଯୋଗପତ୍ର ପଞ୍ଜୀକୃତ ହେବା ପରେ କମିଶନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି କୋଠାକୁ ଉଦ୍‌ଘାଟନ କରିବା ପରେ ୧୭ ତାରିଖ ଠାରୁ ବିଧିବଦ୍ଧ ଭାବରେ ବିଏମ୍‌ସି ଅଫିସ୍‌ ଏଠାରେ କାର୍ଯ୍ୟ କରୁଛି। ଲୋୟର ଓ ଅପର ଗ୍ରାଉଣ୍ଡଫ୍ଲୋର ସହ ୩ୟ ଓ ୪ର୍ଥ ମହଲାରେ ବିଏମ୍‌ସି ଅଫିସ୍‌ କାମ କରୁଛି।