ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

0

ପଦ୍ମପୁର : ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଆଜି ପଦ୍ମପୁର ଗସ୍ତ କରିଛନ୍ତି । ସବୁଠି ଜନସଭାକୁ ସମ୍ବୋଧିତ କରି ଧନ୍ୟବାଦ ଜଣାଇବେ। ଝାରବନ୍ଧ, ପାଇକମାଳ ଓ ପଦମପୁରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ମିଶନ ଶକ୍ତି ଏସଏଚଜି ଗ୍ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ବରଗଡ଼ ସୀତାଭାଟି ଏୟାରଷ୍ଟ୍ରିପରେ ବିମାନରେ ଯାଇ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପେଡ୍‌ରେ ଓହ୍ଲାଇବେ। ପରେ ହେଲିକପ୍ଟରରେ ବାହାରି ୧୨.୩୦ରେ ପାଇକମାଳଠାରେ ପହଂଚିବେ। ସେଠାରୁ ସଭା ସାରି ପୁଣି ହେଲିକପ୍ଟରରେ ପଦ୍ମପୁର ଆର୍‌ଏଲ୍‌ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିବେ। ମଧ୍ୟାହ୍ନଭୋଜନ ପରେ ଅପରାହ୍‌ଣ ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ସୁରକ୍ଷା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୋଟ୍‌ ୨୫ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏହାବାଦ୍‌ ୫ଜଣ ଏଏସ୍‌ପି, ୧୬ ଡିଏସ୍‌ପି, ୩୨ଜଣ ଆଇଆଇସି, ଶହେ ଜଣ ଏସ୍‌ଆଇ/ଏଏସ୍‌ଆଇ ନିୟୋଜିତ ହେବେ।

ଝାରବନ୍ଧ ବ୍ଲକର ଶକ୍ତି ଛକ ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦମପୁର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସୀଙ୍କୁ ଧନ୍ୟବାଦ ଦେବେ । ପଦ୍ମପୁର ବାସୀ ପୁଣି ଥରେ ନବୀନଙ୍କ ବିକାଶରଧାରା ସାମିଲ ହୋଇ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇବେ ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଅଞ୍ଚଳ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଦେଇଥିବା କଥା ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ।