ମହିଳା IICଙ୍କୁ ଆକ୍ରମଣ ମାମଲା, ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ମହିଳା ଆଇ ଆଇ ସିଙ୍କୁ ବିରୋଧୀ ଦଳ ନେତାଙ୍କ ଆକ୍ରମଣ ମାମଲା । ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ପ୍ରଣବ ପ୍ରକାଶ ଦାସ । ଏନେଇ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି, ‘ଜୟନାରାୟଣ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା କରିନାହାଁନ୍ତି ବରଂ ଆପଣଙ୍କ ପାର୍ଟି କରିଛି ବିରୋଧୀ ଦଳ ନେତା’ । ‘ଜଣେ ମହିଳା ଅଧିକାରୀଙ୍କୁ ଶ୍ରୀ ମିଶ୍ର ଶାରୀରିକ ଆକ୍ରମଣ କରିଛନ୍ତି’ କେବେ ଆପଣଙ୍କ ଦଳ ତାଙ୍କୁ ନ୍ୟାୟ ଦେବ? ଏନେଇ ସାରା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି’ ।