( ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ‘ କୁକୁଡା ମାଂସ ସିଝା ମସଲା ’ ।
ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଚୁଲିରେ କଡ଼େଇ ବସାଇ କିଛି ପାଣି ଦିଅନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାନ୍ତୁ। ତା’ପରେ ସେଥିରେ ଚିକେନ୍ ପକାନ୍ତୁ।
କିଛି ସମୟ ପରେ ସେଥିରେ ହଳଦୀ, ତେଲ, କଟା ପିଆଜ ଓ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ ଏବଂ ଚିକେନ୍କୁ ସିଝିବା ପାଇଁ ସେଥିରେ ଏକ ଡାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।
ମଝିରେ ମଝିରେ ଡାଙ୍କୁଣୀ ଉଠାଇ ମାଂସକୁ ଅଳ୍ପ ଗୋଳାଇ ଦେଉଥିବେ। ମାଂସ ସିଝି ପାଣି ସବୁ ମରିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘କୁକୁଡ଼ା ମାଂସ ସିଝା ମସଲା’। ଏହି ଭିନ୍ନ ଧରଣର ଆଇଟମ୍ ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ।