ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଜେଏନୟୁ । ଦେଶର ସର୍ବଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ମଧ୍ୟରୁ ଜେଏନୟୁ ଅନ୍ୟତମ ଥିବାବେଳେ ଏଥିରେ ସୃଷ୍ଟି ହୋଇଛି ଅଶାନ୍ତ ବାତାବରଣ । ଈଈଉ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ପ୍ରସ୍ତୁତ ଡକ୍ୟୁମେଣ୍ଟରୀ ଦେଖିବା ଉପରେ ରୋକ ଲଗାଇଥିଲେ ଭାରତ ସରକାର । କିନ୍ତୁ ଜେଏନୟୁ ହଷ୍ଟେଲ ରେ କିଛି ଛାତ୍ର ଛାତ୍ରୀ ଏହାକୁ ଦେଖୁଥିବାର ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ହଷ୍ଟେଲ ରେ ଇଲେକ୍ଟ୍ରି ସିଟି ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣା ପରେ ଜେଏନୟୁ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଟେକା ପଥର ମାଡ କରିବାର ମଧ୍ୟ ଅଭିଯୋଗ ହୋଇଛି। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ବୃଦ୍ଧି ପାଇ ଥିବାରୁ ଜେଏନୟୁ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଦେଶରେ ବିଭିନ୍ନ ପ୍ରସଂଗ ରେ ଜେଏନୟୁ ସବୁବେଳେ ବିବାଦ ସହ ଚର୍ଚ୍ଚା ରେ ରହୁଥିବା ବେଳେ ଜେଏନୟୁ ପାଇଁ ଏହି ବର୍ଷର ଏହା ସବୁଠାରୁ ବଡ଼ ବିବାଦୀୟ ଘଟଣା ହୋଇଛି ।