ଭୁବନେଶ୍ୱର: ପୁଣି ଓଡିଆ ପୁଅ ଚମକିଲେ । ଓସିଏ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତି ହୋଇଛନ୍ତି । ତେବେ ଆସନ୍ତା ୧୮ରୁ ଭାରତ-ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନିଟିକିଆ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି ।ତିନିଟି ଦିନିକିଆରେ ଭାରତୀୟ ଟିମ ସହ ରହି ମ୍ୟାନେଜର ଦାୟିତ୍ବ ତୁଲାଇବେ ଶିବବ୍ରତ। ଏହି ତିନିଟି ମ୍ୟାଚ ହାଇଦ୍ରାବାଦ, ରାଜକୋଟ ଓ ଇନ୍ଦୋରରେ ଖେଳାଯିବ।ଶିବବ୍ରତ ମଲ୍ଲିକଙ୍କୁ ବିସିସିଆଇ ମ୍ୟାନେଜର ଭାବେ ନିଯୁକ୍ତି ଦେବା ପରେ ତାଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।