ଅନୁଗୁଳ(ଜ୍ୟୋତିରଂଜନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ବିଦ୍ୟୁତ ପ୍ରକଳ୍ପ ତାର ସାମାଜିକ ଦାୟିତ୍ୱବୋଧ କାର୍ୟ୍ୟକ୍ରମ ଜରିଆରେ ଶିକ୍ଷା ଏବଂ ଜନମଙ୍ଗଳ କ୍ଷେତ୍ରରେ ଉଲ୍ଲେଖନୀୟ କାମ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏସଆର ଉତ୍କର୍ଷ ସମ୍ମାନ ହାତେଇଛି। ଓଡିଶା ସିଏସଆର ଫୋରମ୍ (ଓସିଏଫ୍) ଦ୍ୱାରା ଭୁବନେଶ୍ୱର ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଏହି ସିଏସଆର ଉତ୍କର୍ଷ ଆୱାର୍ଡ ମିଳିଛି। ଏନଟିପିସି ପ୍ରକଳ୍ପ ପାରିପାର୍ଶିକ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଏବଂ ଜନମଙ୍ଗଳ କାର୍ୟ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଏହି ଆୱାର୍ଡ ମିଳିଥିବା ଜଣାପଡିଛି। କାରଖାନା ର ସିଏସଆର ଜରିଆରେ ଶିକ୍ଷା ଏବଂ ଜନମଙ୍ଗଳ କାମ ଗୁଡିକରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିବା ବେଳେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିକାଶ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏନଟିପିସି ପୁରସ୍କୃତ ହୋଇଥିଲା । ପ୍ରକଳ୍ପ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଏସ୍. ସୁନ୍ଦରାରାମ ଏହି ପୁରସ୍କାରକୁ ଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜଗତସିଂହପୁର ବିଧାୟକ ତଥା ବିଜେଡି ମୁଖ୍ୟ ସଚେତକ ପ୍ରସାନ୍ତ କୁମାର ମୁଦୁଲି, ଓସିଏଫ କନଭେରର ବି.କେ. ମିଶ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଜିଏମ ରପିଂକୁଲ ଇସଲାମ(ସିଏସଆର),କାର୍ୟ୍ୟନିର୍ବାହୀ(ସିଏସଆର) ସାଙ୍ଗିକ ବକାଲୀ ଏବଂ ଜୁନିଅର ଅଫିସର ଭୀଷ୍ମଦେବ ନାଏକ ଉପସ୍ଥିତ ଥିଲେ ବୋଲି ଏନଟିପିସି ଲୋକସମ୍ପର୍କ ଅଧିକାରୀ ସାଇବଲ ଘୋଷ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।