ଓଡିଶା : ବାରବାଟୀରେ ଯୋଡି ହେବ ହକି ବିଶ୍ୱକପର ଇତିହାସ । ବାରବାଟୀ ରଚିବ ଇତିହାସ । କ୍ରିକେଟ ଗଡରେ ହେବାକୁ ଯାଉଛି ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ । ପୁରୁଷ ହକି ବିଶ୍ୱକପ ଉଦଘାଟନୀ ପାଈ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବରେ କମ୍ପିବ ବାରବାଟୀ ଷ୍ଟାଡିୟମ। ନାମୀଦାମୀ ବଲିଉଡ କଳାକାରଙ୍କ ପରିବେଷଣରେ ଦୁଲୁକିବ ମଞ୍ଚ । ଜଲଓ୍ଵା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ, ଦିଶା ପଟ୍ଟାନୀ। ଉଦଘାଟନୀ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟିଛନ୍ତି ଷ୍ଟାର କଳାକାରମାନେ । ନବବଧୂ ରୂପରେ ସଜେଇ ହେଇଛି କଟକ। ଲାଇଟ, ରଙ୍ଗବେରଙ୍ଗର ଚିତ୍ର, ସବୁଜ ସୁନ୍ଦର ଗଛବୃକ୍ଷରେ ରାସ୍ତାର ଦୁଇ ପାର୍ଶ୍ୱକୁ ସୁସଜ୍ଜିତ କରାଯାଇଛି।
ପୁରା ସହରରେ ଉତ୍ସବର ମାହୋଲ। ମଞ୍ଚରେ ଉଦ୍ଘାଟନୀ ସମାରୋହରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ସୋ। ଏକକାଳୀନ ଉଡ଼ିବ ୫ଶହ ଡ୍ରୋନ। ଉଦ୍ଘାଟନୀ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସମ୍ଭାବନା ରହିଛି। ଉଦ୍ଘାଟନୀ ସମାରୋହର ମଜା ଉଠାଇବାକୁ କଟକ ବାସିନ୍ଦାଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କଟକ ମହାନଗର ନିଗମ। ସମୁଦାୟ ୫୯ଟି ୱାର୍ଡରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ୧୬ଟି ସ୍ଥାନରେ ଫ୍ୟାନ ପାର୍କ କରାଯାଇ ବଡ଼ ଏଲଇଡିର ବ୍ୟବସ୍ଥା ହୋଇଛି।
ବିଶ୍ୱକପ୍ ହକିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । ବିଭିନ୍ନ ପଏଣ୍ଟରେ ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ପରିଚାଳନା ଦାୟିତ୍ୱରେ ରହିବେ ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର । ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ୍ ମିତ୍ର, ସ୍ୱେଛାସେବୀ ଓ କିଛି ଏନଜିଓଙ୍କ ସହଯୋଗ ନେବ ପୋଲିସ୍ ।