ଭୁବନେଶ୍ୱର:ଦେବଗଡ ବିଧାୟକଙ୍କ ବିରୁଦ୍ଧରେ ବିଜେଡିର ସାମ୍ୱାଦିକ ସମ୍ମିଳନୀ। ସ୍ଵଂୟ ସହାୟକ ମହିଳା ମାନେ କାର୍ଯ୍ୟାଦେଶ ନେଇ ମୁକ୍ତା ଯୋଜନାରେ କାର୍ଯ କରୁଛନ୍ତି। ହରି ଓମ୍ ସ୍ଵୟଂ ସହାୟକ ଗୋଷ୍ଠୀ ୧୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପାଇ କାର୍ଯ୍ୟ ଆରଂଭ କରୁଥିଲେ। କିନ୍ତୁ ବିଜେପି ର ଦେବଗଡ ବିଧାୟକ ଓ ବିଜେପି କର୍ମୀ ସେଠାରେ ପହଞ୍ଚି କାମରେ ବାଧା ଦେବା ସହ ଭଙ୍ଗା ରୁଜା କରିଥିଲେ। ମହିଳା ମାନେ କହିବା ପରେ ବି ସେମାନଙ୍କ ନ ଶୁଣି ଏପରି କାଣ୍ଡ ଭିଆଇଲେ। । ସରକାରି ସମ୍ପତ୍ତିର ନଷ୍ଟ କରିବାକୁ ପ୍ରୟସ କରିଛନ୍ତି। ଏ ନେଇ ଏତଲା ହୋଇଛି। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେବା ଆବଶ୍ୟକ।
ଇପ୍ସିତା ସାହୁ କହିଛନ୍ତି କେବଳ ଏହି ଘଟଣା ନୁହେଁ ଅନେକ ମାମଲାରେ ବି ସେ ସଂପୃକ୍ତ । ସେ ଜଣେ ଅଭ୍ୟାସଗତ ଅପରାଧୀ। ବିଧାୟକ ମହିଳା,ଶିଶୁ ଓ ଜନଜାତି ବିରୋଧି। ୮ ମାସ ପୂର୍ବେ ଅନୁସୂଚିତ ଜାତିର ସରକାରୀ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ଉପରେ ଆକ୍ରମଣ କରିଥିଲେ। ଆଇ ସି ୟୁ ରେ ଜଣେ ଶିଶୁ କନ୍ୟାଙ୍କ ବାହାର କରି ସେଠାରେ ରହିବା ନଜିର ରହିଛି। ଗତ ୨ ତାରିଖରେ ଦେବଗଡ଼ ପୌରପାଳିକାରେ ରେ ପୌରଧ୍ୟାକ୍ଷକଙ୍କ ଅନୁପସ୍ଥିତି ରେ ଅବୈଧ ବୈଠକ କରିଥିଲେ। ଏହାକୁ ବାରଣ କରାଯିବାରୁ ସେଠାରେ ମାରପିଟ କରିଥିଲେ। ଅଭ୍ୟାସଗତ ଭାବେ ଅପରାଧିକ କାର୍ଯ୍ୟକଳାପ ରେ ସଂପୃକ୍ତ ରହିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସ୍ଵଂୟ ସହାୟକ ମହିଳାଙ୍କୁ ବିଜେପି ଭୁଲ ନ ମାଗିଲେ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି।