ଘରୋଇ ଏବଂ ଜରୁରୀକାଳୀନ ନିର୍ମାଣକୁ ବନ୍ଦ କରିବା ପାଇଁ ବିଏମସି କୌଣସି ଆଦେଶ ଦେଇ ନଥିବା ବିଏମସି ପକ୍ଷରୁ କୁହାଯାଇଛି

ଭୁବନେଶ୍ୱର:ହକି ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ମାସେ ପାଇଁ ସମସ୍ତ ନିର୍ମାଣ କାମ ଉପରେ ରୋକ ଲଗାଇଛନ୍ତି ବିଏମସି । ଏପରି କିଛି ଖବର ଗତକାଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହି ଖବର ପ୍ରସାରିତ ହେବା ପରେ ବିଏମସି କମିଶନର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।ଘରୋଇ ଏବଂ ଜରୁରୀକାଳୀନ ନିର୍ମାଣକୁ ବନ୍ଦ କରିବା ପାଇଁ ବିଏମସି କୌଣସି ଆଦେଶ ଦେଇ ନଥିବା ବିଏମସି ପକ୍ଷରୁ କୁହାଯାଇଛି। କେବଳ ପ୍ରଦୂଷଣକୁ ରୋକିବା ପାଇଁ ନିର୍ମାଣ ସ୍ଥଳରେ ସବୁଜ କଭରେଜ କରିବାକୁ ବିଏମସି ପକ୍ଷରୁ ଆବେଦନ କରାଯାଇଥିଲା।ଏହା ସହ ସହରର ସୌନ୍ଦର୍ଯ୍ୟକରଣରେ ନାଗରିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।