ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମ ଠାରେ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଅଛି । କ୍ରୀଡ଼ା କ୍ଷେତ୍ରରେ ଓଡିଶା ନିଜର ସ୍ୱନ୍ତ୍ରତ ପରିଚୟ ସୃଷ୍ଟି କରୁଥିବା ବେଳେ ଏହା ତୃଣମୂଳ ସ୍ତରରେ ବହୁତ ଉତ୍ସହର ସହିତ ଯୁବକ ମାନେ କ୍ରୀଡା କ୍ଷେତ୍ରରେ ନିଜକୁ ନିୟୋଜିତ କରୁଛନ୍ତି । ଆଜିର ଏହି କ୍ରିକେଟ ଟୁର୍ଣ୍ଣାମେଂଟକୁ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ଜିଲ୍ଳା ଜିଲ୍ଲା ପରିଷଦର ଉପ ସଭାପତି ଗୋପିନାଥ ମହାରଣା ଯୋଗ ଦେଇଥିଲେ । ସମ୍ନାନିତ ଅତିଥି ନରେଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ଦାସ,ସମିତି ସଭ୍ୟ କନ୍ଦ୍ରପ ଜେନା, ସମାଜସେବୀ ବସନ୍ତ ଦଳାଇ, ପ୍ରମୋଦ ଦାସ, ସୁଧାକର ବରାଳ , ସୁବୋଧ ବରାଳ, ପବିତ୍ର ବରାଳ, କାଁହୁ ଚରଣ ପ୍ରଧାନ ଯୋଗଦାନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସହିତ କରିଥିଲେ ।

ଆଜିର ଏହି ଫାଇନାଲ ମ୍ୟାଚରେ ସାନହନ୍ତୁଆଡ ନ୍ୟୁ ଷ୍ଟାର ଓ ନରେନ୍ଦ୍ରପୁର କ୍ରିକେଟ କ୍ଲବ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା ଏବଂ ଆଖପାଖ ଅଂଚଳର ଶତାଧିକ ଦର୍ଶକ ଖେଳର ଆନନ୍ଦ ନେଇଥିଲେ । ପରିଚାଳନା କମିଟିର ସଦସ୍ୟ ଅଶ୍ୱିନୀ କୁମାର ହରିଚନ୍ଦନ, ରାକେଶ ବରାଳ,ଅମନ ପ୍ରଧାନ ସମସ୍ତ କାର୍ୟ୍ୟକୁ ସୁପରିଚାଳନା କରିଥିଲେ ।