ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି ମଶା

ଭୁବନେଶ୍ୱର:ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି ମଶା ।ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହୋଇଛି ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯାଉଛି ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯାଉଛି। କିନ୍ତୁ ସମସ୍ୟାର ଅନ୍ତ ଘଟିବା ପରିବର୍ତେ ଅଧିକରୁ ଅଧିକ ଉତ୍କଟ ହୋଇ ଚାଲିଛି । ମଶା ଦମନ ରେ ବିଏମସି ବିଫଳ ହୋଇଥିବାର ବିଏମସି କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ୪୪ ନମ୍ବର ୱାର୍ଡ ବାସିନ୍ଦା।

ବିଏମସି ଅଫିସ ନିକଟରେ ଥିବା ବରଗଡ଼ ଅଞ୍ଚଳ ଯାହା ୪୪ ନମ୍ବର ୱାର୍ଡ ଅବସ୍ଥିତ। ଏହି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ଏହି ୱାର୍ଡରେ ଆଜିଯାଏଁ ମଶା ମରା ଧୁଆଁ ଗାଡ଼ି ବୁଲିନାହି। ହାତ ମେସିନ ମାଧ୍ୟମରେ ଧୁଆଁ ଦିଆଯାଉଛି। ସେହି ଅଞ୍ଚଳରେ ସାନ୍ଦ୍ରତା ହାରା ଅଧିକ ଥିବାରୁ ସେଠାରେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହା BMC ସର୍ଭେରୁ ଜଣାପଡିଥିଲା। ହେଲେ ଆଜିଯାଏଁ BMC ପକ୍ଷରୁ ମଶା ହେଉଥିବା ସ୍ଥାନ ଚିହ୍ନଟ ପାଇଁ ଡ୍ରୋନ ର ବ୍ୟବହାର କରାଯାଇନାହିଁ କି ମଶା ନିୟନ୍ତ୍ରଣ ପାଈଁ bmc ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ।BMCର ମୁଖ୍ୟ ଅବହେଳା କାରଣରୁ 44ନମ୍ବର ୱାର୍ଡ ବାସିନ୍ଦା ଆଡ଼ିସିନାଲ କମିଶନରଙ୍କ ନିକଟରେ ଅଭିଯୋଗ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।