ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ଶିକ୍ଷା ଦେଇଛି:କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବିଜେଡ଼ି ପାଖରେ ପଦ୍ମପୁର ମଡେଲ ହେଲେ ବିଜେପି ପାଖରେ ଧାମନଗର ମଡେଲ ଅଛି ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ଶିକ୍ଷା ଦେଇଛି । ଓଡିଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ଦୃଢିକରଣ ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକ ଆଗାମୀ ଦିନରେ ସହାୟକ ହେବ ।