ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ; ୩୦ ବର୍ଷ ଜେଲ ଦଣ୍ଡ କାଟିବା ପରେ ନଳୀନ କହିଲେ ସେ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ୩୦ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଗତ ଶନିବାର ଦିନ ମୁକ୍ତ ହୋଇଛନ୍ତି । ଜେଲରୁ ମୁକ୍ତ ହେବା ପରେ ମୁଖ୍ୟ ଅଭିଯୁକ୍ତ ନଳୀନ ଶ୍ରୀହରନ କହିଛନ୍ତି ଯେ, ସେ ନିର୍ଦ୍ଦୋଷ ଅଟନ୍ତି ।
ସୂଚନାମୁତାବକ, ନଳୀନ ଶ୍ରୀହରଣ ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ରେ ନିଜର ମନକଥା କହିଛନ୍ତି । ଯେତେବେଳେ ଇନ୍ଦିରା ଗାନ୍ଧିଙ୍କର ମୃତ୍ୟୁ ହୋଇଥିଲା । ସେହି ଦିନ ଖାଦ୍ୟ ବି ଗ୍ରହଣ କରିନଥିଲେ । ଏହା ସହ ୪ ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ । ଏଥି ସହ ନଳୀନ ଆହୁରି ମଧ୍ୟ କହିଛନ୍ତି ଯେ, ରାଜୀବ ଗାନ୍ଧିଙ୍କ ହତ୍ୟା ହେବା ପରେ ତିନି ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ । ଶେଷରେ ତାଙ୍କ ଉପରେ ହିଁ ରାଜୀବଙ୍କ ହତ୍ୟାର ଦୋଷ ଲଦି ଦିଆଗଲା ।

ମୁଁ ସମ୍ପୁର୍ଣ୍ଣ ରୂପେ ନିର୍ଦ୍ଦୋଶ । ମୋ ଉପରୁ ଯେ ପର୍ଯ୍ୟନ୍ତ ସମସ୍ତ ଦୋଷ ନ ଉଠିଛି । ସେ ପର୍ଯ୍ୟନ୍ତ ମୁଁ ଶାନ୍ତିରେ ବଞ୍ଚି ପାରିବିନି ବୋଲି କହିଛନ୍ତି ନଳୀନ ଶ୍ରୀହରଣ ।ତେବେ ନଳୀନ ନିଜକୁ ନିର୍ଦ୍ଦୋଶ କହିବା ପରେ, ତାଙ୍କୁ ସାମ୍ବାଦିକ ସମ୍ମିଳନୀରେ କିଏ ରାଜୀବଙ୍କ ହତ୍ୟାକାରି ବୋଲି ପ୍ରଶ୍ନ କରାଯାଇଥିଲା । କିନ୍ତୁ ଏହାର କୌଣସି ଉତ୍ତର ଦେଇ ନଥିଲେ ନଳୀନ । ଏହା ସହ ସେ କାହାର ନାମ କହିବାକୁ ଚାହୁଁନାହାନ୍ତି ବୋଲି କହିଥିଲେ ।

ନଳୀନ ଶ୍ରୀହରଣଙ୍କ ମନ୍ତବ୍ୟରେ ବିରକ୍ତ ହୋଇଥିଲେ ଅର୍ନେଷ୍ଟ
କିଏ ଏହି ଅର୍ନେଷ୍ଟ ଜାଣନ୍ତୁ…

ରାଜୀବ ଗାନ୍ଧିଙ୍କ ହତ୍ୟା ହୋଇଥିବା ସମୟରେ ଇନ୍ସିପେକ୍ଟର ଥିଲେ ଅନୁସୂୟା ଅର୍ନେଷ୍ଟ । ବିଷ୍ଫୋରଣ ସମୟରେ ଅର୍ନେଷ୍ଟ ମଧ୍ୟ ଆଘାତ ହୋଇଥିଲେ । ଏବଂ ତାଙ୍କର ଗୋଟିଏ ଆଙ୍ଗୁଠି ବିଷ୍ଫୋରଣରେ କଟି ଯାଇଥିଲା ।ଇନ୍ସିପେକ୍ଟର ଅନୁସୂୟା ଅର୍ନେଷ୍ଟଙ୍କ କହିବା ମୁତାବକ, ନଳୀନ ସୁପ୍ରିମ କୋର୍ଟଙ୍କ ବିରୋଧ୍ୟରେ ମନ୍ତବ୍ୟ ଦେଉଛନ୍ତି । ଯଦି ନଳୀନ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ତେବେ ଅଦାଲତ ଏହାର ସଠିକ୍ ଭାବେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଆବଶ୍ୟକ ।