ବାଙ୍ଗାଲୋର: ବିଜେପି ନେତାଙ୍କ ଅମାନବୀୟ କାଣ୍ଡ । କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଏକ ମହିଳା ଉପରକୁ ହାତ ଉଠାଇ ଏବେ ବିବାଦ ପଡିଛନ୍ତି । ଗତ ଶନିବାର ଦିନ ଏକ ସଭାରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ମନ୍ତ୍ରୀଙ୍କ ସହ ଦେଖା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କୁ ଗୋଟେ ଚାପୁଡା ମାରିଥିଲେ ମନ୍ତ୍ରୀ । ସେହି ସମୟରେ ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଯାହାକି ବର୍ତ୍ତମାନ ଚାରିଆଡେ ଖୁବ୍ ଦୃତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି କର୍ଣ୍ଣାଟକର ଚାମରାଜା ନାଗର ଜିଲ୍ଲା ହାଙ୍ଗଲା ଗ୍ରାମରେ ଘଟିଛି । କାର୍ଯ୍ୟକ୍ରମ ସମୟରେ ଗୃହ ଓ ଭିତ୍ତିଭୂମି ବିକାଶ ମନ୍୍ରୀ ଭି ସୋମନ୍ନା ଜଣେ ମହିଳାଙ୍କୁ ସର୍ବସାଧାରଣରେ ଚାପୁଡା ମାରିଥିଲେ । ବି ସୋମନ୍ନା ବିଜେପିର ମନ୍ତ୍ରୀ ଅଟନ୍ତି ।
ସୂଚନାମୁତାବକ, ସୋମନ୍ନା ଜମିର ପଟା ବଣ୍ଟନ କରିବାକୁ ସେଠାରେ ପହଞ୍ଚିଥିଲେ । ସେଠାରେ କାର୍ଯ୍ୟକ୍ରମ ସଢେ ତିନିଟା ବେଳେ ଥିଲା । କିନ୍ତୁ ବିଜେପି ମନ୍ତ୍ରୀ ସୋମନ୍ନା ୩ ଘଣ୍ଟା ବିଳମ୍ବରେ ୬.୩୦ରେ ସଭାରେ ପହଞ୍ଚିଥିଲେ । ତେବେ କାର୍ଯ୍ୟକ୍ରମରେ ୧୭୫ ଲୋକଙ୍କୁ ଜମିପଟା ବଣ୍ଟନ କରାଯାଇଥିଲା । ପିଡୀତାଙ୍କୁ ତାଙ୍କ ଜମି ପଟା ନ ମଳିବାରୁ ସେ ମନ୍ତ୍ରୀଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ । ହେଲେ ମନ୍ତ୍ରୀ ତାଙ୍କୁ ଚାପୁଡା ମାରିଥିଲେ । ଏହା ପରେ ମଧ୍ୟ ମନ୍ତ୍ରୀଙ୍କ ପାଦ ସ୍ପର୍ଶ କରିଥିଲେ ମହିଳା । ତେବେ ମହିଳାଙ୍କୁ ଦୁର୍ବ୍ୟବହାର କରି ହଟହଟା ହୋଇଛନ୍ତି ମନ୍ତ୍ରୀ । ମମଲାକୁ ନେଇ ବିରୋଧୀ ଦଳ ନେତା ମନ୍ତ୍ରୀଙ୍କୁ କଡା ଭତ୍ସନା କରିଛନ୍ତି । ଏହା ପରେ ବିଜେପି ମନ୍ତ୍ରୀ ଭି ସୋମନ୍ନ ମହିଳାଙ୍କୁ ଭୁଲ୍ ମାଗିଥିବାର ସୂଚନା ମିଳିଛି ।