ନବରଙ୍ଗପୁର- ଟୁକୁନା ଖୁରା -ଆଜି ନବରଙ୍ଗପୁର ଠାରେ ପୋଲିସ ବିଭାଗ ଦ୍ୱାରା ୬୩ ତମ ପୋଲିସ ଦିବସ ପାଳନ କରାଯାଇଛି ।ମୁଖ୍ୟ ଅତିଥି ନବରଙ୍ଗପୁର ଏସପି ସୁଶ୍ରୀ ଯୋଗଦେଇଥିଲେ ।୧୯୫୯ ମସିହାରେ ଯେଉଁ ସିଆରପିଏଫ ଯବାନ ମାନେ ଚୀନ ଦେଶର ଆକ୍ରମଣରେ ସହିଦ ହୋଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏହି ସହିଦ ଦିବସ ପାଳନ କରାଯାଇଛି । ଦେଶର ଯେଉଁ ଯବାନ ମାନେ ସହିଦ ହୋଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏହି କାର୍ୟ୍ୟକ୍ରମ ରେ ସହିଦ ଦିବସ ପାଳନ କରାଯାଇଛି ।ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ସହିଦ ମାନଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯିବ ବୋଲି ନବରଙ୍ଗପୁର ଏସପି କହିଛନ୍ତି ।