ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଘଐ ୫୯ ଘଷିପୋଡ଼ା ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୨ ମୃତ, ୨ ଆହତ । ଖବର ପାଇ ସୋରଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତଙ୍କୁ ଅଗ୍ନିଶମ ବିଭାଗ ଦ୍ୱାରା ଚିକିତ୍ସା ନିମନ୍ତେ ପ୍ରଥମେ ସୋରଡ଼ା ମେଡିକାଲ ପଠାଇଛନ୍ତି ସେଠାରୁ ଉତ୍ତମ ଚିକିତ୍ସା ନିମନ୍ତେ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛନ୍ତି ।
ମୃତାହତ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ମିଳିଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳି ପାରିନାହିଁ । ମୃତକ ଜଣେ ଦୁଲାଡ଼ ଗ୍ରାମର ଭାଗ୍ୟ ମୁଳି ଏବଂ ଗୁରୁତର ଆହତ ଜଣେ ହେଲେ ଦୁଲାଡ଼ ଗ୍ରାମର ପ୍ରତାପ ଗୌଡ଼। ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।