ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇଲେ ଦୀପିକା

ମୁମ୍ବାଇ: ଲୋକେ ସୁନ୍ଦର ହେବାପାଇଁ କଣ କରୁନାହାନ୍ତି । କିଏ ଜିମ ଯାଉଛି ତ କିଏ ପାର୍ଲର, ପୁଣି କିଏ ମୁଖ ସୌନ୍ଦର୍ଯ୍ୟ ପାଇଁ ପ୍ଲାଷ୍ଟିକ ସର୍ଜରୀ କରୁଛି । ତେଣୁ ଦୀପିକା ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ସୁନ୍ଦରୀ ହୋଇପାରିଛନ୍ତି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ । ସେ କେବଳ ଦେଶରେ ନୁହେଁ , ବିଦେଶରେ ମଧ୍ୟ ବହୁ ଲୋକପ୍ରିୟ । ଓମ ଶାନ୍ତି ଓମ ଫିଲ୍ମରେ ସେ ବଲିଉଡରେ ପାଦ ଥାପି ଥିଲେ ।

ତେଣୁ ସେ ତାଙ୍କ ନିଖୁଣ ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବହୁତ ଆଗରେ ଅଛନ୍ତି । ବଲିଉଡ ଡିଭା ଦୀପିକା ବିଶ୍ୱର ୧୦ ଜଣ ସୁନ୍ଦରୀ ତାଲିକାରେ ଅଛନ୍ତି । ସାଇନ୍ସ ମୁତାବକ, ଯୋଡି କୋମରଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଭାବେ ଘୋଷିତ କରାଯାଇଛି । ଏଥିସହିତ ବିୟୋନ୍ସ ଏବଂ କିମ କାରଦିସିୟାନ ମଧ୍ୟ ଶ୍ରେଷ୍ଠ ୧୦ମ ସ୍ଥାନ ପାଇଛନ୍ତି । ଏମାନଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଅନ୍ତର୍ଭୁକ୍ତ ଅଛନ୍ତି । ଏକମାତ୍ର ଭାରତୀୟ ଅଭିନେତ୍ରୀ ଯିଏକି ଦୁନିଆର ୧୦ଟି ସୁନ୍ଦର ମହିଳା ତାଲିକାରେ ଅନ୍ତର୍ଭୁକ୍ତ । ଏହି ତାଲିକାରେ ଦୀପିକା ନବମ ସ୍ଥାନରେ ଅଛନ୍ତି ।