ଭୁବନେଶ୍ୱର : ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ବେଆଇନ ଆର୍ଥିକ କାରବାରକୁ ସୁତାଙ୍କୁ ଜେରା କରିବ ଇଡି । ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ଝିଅ ସୃତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ଇଡି ।
ଇଡି ସୂଚନା ଅନୁସାରେ, ପୂର୍ବତନ ଅଧିକାରୀ ଅଭୟ ପାଠକ ଭିଜିଲାନ୍ସ ଦ୍ୱାରା ଗିରଫ ପରେ ତାଙ୍କର ବେଆଇନ ଆର୍ଥିକ କାରାବର ନେଇ ତଦନ୍ତ କରିଥିଲା ଇଡି । ତଦନ୍ତ ବେଳ ଜଣା ପଡିଲା ଅଭୟଙ୍କ ଆକାଉଣ୍ଟରୁ ତାଙ୍କ ପୁଅ ଆକାଶ ପାଠକ ଆକାଉଣ୍ଟକୁ ବିଭିନ୍ନ ସମୟରେ ୯ କୋଟି ଟଙ୍କା ଟ୍ରାଞ୍ଜକସନ ହୋଇଛି । ଏତେ ଟଙ୍କା କାହିଁକି ଆସିଲା ତଦନ୍ତ ବେଳେ ଆକାଶ ପାଠକଙ୍କ କେଲେଙ୍କାରୀ ସାମ୍ନାକୁ ଆସିଲା । ଆକାଶ ନିଜକୁ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀ କହି ଚାକିରୀ ଦେବା ନାଁରେ ଲୋକଙ୍କୁ ଟଙ୍କା ନେଇ ଟକେଇ କରିଥିଲେ । ଯେଉଁଥିରେ ତାଙ୍କୁ ସହଯୋଗ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।