ମୟୂରଭଞ୍ଜ/ ସତ୍ୟନାରାୟଣ ପାଲ : ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯାତ୍ରା ବ୍ଲକ କଇଁପୁର ଗାଁରେ। ସୂଚନାନୁସାରେ , ମୟୂରଭଞ୍ଜ ଜିଲ୍ଲାର ଯାତ୍ରା ବ୍ଲକ କଇଁପୁର ଗ୍ରାମରେ ପ୍ରଷିଦ୍ଧ ପୂଜା ହେଉଛି ଯାନ୍ତାଳ ପୂଜା । ଏହି ପବିତ୍ର ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ମଦନ ବେଶ୍ରା ବାଇକ ଯୋଗେ ଆସୁଥିଲେ ।
ରାଇରଙ୍ଗପୁର -ଯାମଦା ରାସ୍ତାର କାହ୍ନୁ ନଦୀ ସନ୍ନିକଟ ଛକରେ ଦୁଇ ବାଇକ୍ ମୁହାଁମୁହିଁ ରେ ଛିଟିକି ପଡ଼ିଥିଲେ । ତାଙ୍କର ଗୋଡ଼ ହାତ ଭାଙ୍ଗି ଯାଇଛି । ସ୍ଥାନୀୟ ଯୁବକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।