ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ନୂଆଖାଇର ଶଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଓଡିଶାର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ମୋର ଆନ୍ତରିକ ଶୁଭେଚ୍ଛା ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ। ସେହିପରି ନୁଆଖାଇ ଲାଗି ସମସ୍ତଙ୍କୁ ଜୁହାର କରିବା ସହ ଶୁଭେଚ୍ଛା ଜଣାଇଛଥିଲେ। ଆମ ସମାଜ ନୂଆ ପ୍ରଗତିର ଉଚ୍ଚତାରେ ପହଞ୍ଚୁ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନୂଆଖାଇର ଜୁହାର କହିବା ସହ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଓଡି଼ଶା ତଥା ରାଜ୍ୟବାସୀଙ୍କର ମୁଖ୍ୟମନ୍ତ୍ରୀ ମଙ୍ଗଳ କାମନା କରିଛନ୍ତି। ଏଥିସହିତ ମାଆ ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପରମ୍ପରା ଏବଂ ପର୍ବ ନୂଆଖାଇ ପାଳନ ଅବସରରେ ମଧ୍ୟ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷି ଭିତ୍ତିକ ପର୍ବ ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।