୩୧ତାରିଖରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ; ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ: ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା। ଏବେ ଦିଲ୍ଲୀରେ ହେବାକୁ ଯାଉଛି। ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ଆର ଅର୍ଥାତ ଆସନ୍ତା ୩୧ତାରିଖରେ ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ । ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି, ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ଜଣାଇବେ ମୁଖ୍ୟମନ୍ତ୍ରୀ।
ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି ଫିକି। ଦୁବାଇରୁ ୨୧ହଜାର ୩ଶହ କୋଟି ଟଙ୍କାର ପୁଞ୍ଜି ଆସିଛି। ଅନେକ ଶିଳ୍ପପତି ୨୦୧୬ରୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ।ଯେଉଁଭଳି ପୂର୍ବ ଦୁଇଟି ମେକ୍ ଇନ୍ ଓଡ଼ିଶାର ସଂସ୍କରଣ ସଫଳ ହେଇଛି ଚଳିତ ଥର ମଧ୍ୟ ସଫଳ ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।