ଭୁବନେଶ୍ୱର: ମୃତ ଶିଶୁକୁ ବ୍ୟାଗରେ ଧରି ବୁଲିଲା ବାପା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭାବନେଶ୍ୱର , ଆଇଗିଣିଆର ବସ୍ତିରେ। ୮ ମାସର ଶିଶୁକନ୍ୟାର ମୃତଦେହ ବ୍ୟାଗରେ ନେଉଥିଲେ ଆଇଗିଣିଆର ସନ୍ତୋଷ ସାହୁ । ଝିଅକୁ ହତ୍ୟା କରି ବ୍ୟାଗରେ ନେଉଥିବା ସନ୍ଦେହରେ ଅଟକାଇ ମାଡ଼ ମାରିଥିଲେ ଲୋକେ । ଅନ୍ୟପଟେ , ସନ୍ତୋଷ କହିଛନ୍ତି , ସେ ହତ୍ୟା କରିନାହାନ୍ତି ବରଂ ଝିଅର ମୃତ୍ୟୁ ପରେ ସଂସ୍କାର ପାଇଁ ନେଉଥିଲେ । ଯାହାଙ୍କ କଥା ବିଶ୍ୱାସ ନ କରି ଲୋକ ମଦ ମାରିବା ସହ ପୋଲିସ କୁ ଖବର ଦେଇଥିଲେ ଲୋକେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପାମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ।
ସୂଚନାନୁସାରେ , ଆଇଗିଣିଆର ଏକ ବସ୍ତିରେ ରହୁଥିବା ସନ୍ତୋଷ ମିସ୍ତ୍ରି କାମ କରନ୍ତି । ଶିଶୁ କନ୍ୟା ଦୀର୍ଘଦିନ ହେବ ଅସୁସ୍ଥ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେ ସଂସ୍କାର ପାଇଁ ନଦୀ ପଠାକୁ ନେଉଥିଲେ । ଯେହେତୁ ଖୁବ କାମ ସମୟ ହେବ ଆଇଗେଣିଆର ଏକ ବସ୍ତିରେ ରହୁଥିଲେ। ଭୁବନେଶ୍ୱର ବିଷୟରେ ବେଶି କିଛି ଜାଣିନଥିଲେ ।
ଯାହା ପାଇଁ ନଦୀ ପଠାରେ ମୃତ ଶିଶୁ କନ୍ୟାକୁ ପୋତିବା ପାଇଁ ପତ୍ନୀଙ୍କ ସହ ଖଣ୍ଡଗିରି ଅଭିମୁଖେ ଆସୁଥିଲେ । କିଛି ଲୋକେ ତାଙ୍କୁ ଅଟକାଇଥିଲେ । ପରିବା ବ୍ୟାଗ୍ ଭିତରେ ୮ ମାସର ମୃତ ଶିଶୁକୁ ଦେଖି ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ ଶିଶୁକନ୍ୟାର ଶେଷକୃତ୍ୟ ପାଇଁ ପୋଲିସ ବ୍ୟବସ୍ଥା କରିଛି । ଏବଂ ତଦନ୍ତ ଆରମ୍ଭ କରିଛ ।