ପରଲୋକରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଧାନାଥ ଭଟ୍ଟ

ଭୁବନେଶ୍ୱର : ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ପ୍ରଯୋଜକ ରାଧାନାଥ ଭଟ୍ଟ। ତାଙ୍କୁ ମୃତ୍ୟୁ ବେଳକୁ ୮୦ ବର୍ଷ ହୋଇଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ବଳିଦାନ, ସ୍ୱପ୍ନ ସାଗର, ଡୋରା ପରି ପ୍ରସିଦ୍ଧ ଚଳଚିତ୍ରର ପ୍ରଯୋଜକ ଥିଲେ ରାଧାନାଥ ଭଟ୍ଟ । ଶନିବାର ଅପରାହ୍ଣ ୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିମୋନିଆ ରେ ପୀଡ଼ିତ ଥିଲେ।

ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେମା ଜଗତରେ ଏକ ଅୁପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ଅନେକ ଓଡ଼ିଆ ସିନେ ଅଭିନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ମୃତ୍ୟୁ ଶଜ୍ଜା ପାଖରେ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ରାଧାନାଥ ଭଟ୍ଟଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।