ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିଙ୍କର ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ବିବାଦ ଭିତରେ ପୁଣି ନୂଆ ଭିଡ଼ିଓ ଜାରି କଲେ ଅଭିନେତା ବାବୁସାନ।ଭିଡିଓଟିରେ ଥିଲା ଖାଲି ଅନୁତାପ । ଯେଉଁଥିରେ ବାବାସାନ କହିଛନ୍ତି, ଏମିତି ଭୁଲ୍ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ମୋ ସ୍ତ୍ରୀ ଓ ଶ୍ୱଶୂରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି ।

ଆଉ ତା ସହିତ ତାଙ୍କ ପରିବାର ମଧ୍ୟ ବହୁତ କଷ୍ଟ ପାଇଛି। ଆଗକୁ ଆଉ କୌଣସି ଅସୁବିଧା ହେବାକୁ ଦେବିନି । ମୁଁ ପ୍ରମିସ୍ କରୁଛି, ତାଙ୍କର କୌଣସି କ୍ଷତି ହେବାକୁ ଦେବିନି। ଏଭଳି ଭୁଲ୍ ଆଉ କେବେ ହେବନି ବୋଲି ବାବୁଶାନ କହିଛନ୍ତି। ଏଥିରୁ ଜଣ ପଡୁଛି ଆଗକୁ ସାଙ୍ଗରେ ରହିବେ ବାବୁ ଓ ତୃପ୍ତି । ବାବୁ ତାଙ୍କ ଭୁଲ କୁ ସ୍ୱୀକାର କରିବା ସହ ସାରା ଓଡିଶା ବସି ଓ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ପାର୍ଥନା କରିଛନ୍ତି ।