ସଂଗ୍ରାମୀ ପରିବାର ମୁଖିଆଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ଭାଜପା ସଂଗଠକ ଅଶୋକ ମହାନ୍ତି

ଜ୍ୟୋତିରଞ୍ଜନ ଧର /ଅନୁଗୁଳ :  ଅନୁଗୁଳ ଜିଲ୍ଲା ରେଙ୍ଗାଳି ମଣ୍ଡଳ ଓ ପବିତ୍ରନଗର ମଣ୍ଡଳ ବିଜେପି ପକ୍ଷରୁ ସ୍ୱଧୀନତାର ଅମୃତ ମହୋତ୍ସବ, ହର ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସମଲ ଥାନା ଅଧିନସ୍ତ ଗହମ ଗ୍ରାମ ରୁ ଏକ୍ ବିଶାଳ ବାଇକ୍ ଶୋଭାଯାତ୍ରା ଆରମ୍ଭ ହେଇ  ପୋଡାଗଡ଼ ଗ୍ରାମରେ ଶେଷହୋଇ ଥିଲା। ଏହି ଅବସରରେ ପାଲଳହଡା ବିଧାନସଭା କ୍ଷେତ୍ର ଗହମ, ପରାଵିଲ, ଅର୍କିଳି,  ସୁସୁବା, କଣିହାଁ, ଗଣ୍ଡମାଳା, ରଜଡଙ୍ଗ ଆଦି ଗ୍ରାମର ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ ବିଜେପିର ଚାଣକ୍ୟ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୋଳ ଜିଲ୍ଲାର ପ୍ରାକ୍ତନ ସଭାପତି ଅଶୋକ ମହାନ୍ତି ଯୋଗଦେଇ ସଂଗ୍ରାମୀଙ୍କ ଗାଥା, ପରାକ୍ରମୀ ଓ ବଳିଷ୍ଟ ନେତୃତ୍ୱରେ କିଭଳି ଇଂରେଜଙ୍କ ଧଜିଆ ଉଡାଇ ଦେଶକୁ ସ୍ୱାଧୀନତା ଆଣିବା ଉପରେ ମତବ୍ୟକ୍ତ କରିଥିଲେ । ପବିତ୍ରନଗରରେ  ଗଡ଼ଜାତ ଆନ୍ଦୋଳନ ର ପୂରଧା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି ଥିଲେ। ଅର୍କିଳ ଠାରୁ ସୁଲେଇପାଳ   କୋଲାବିର, ଗଣ୍ଡମଳା, ଭାଲିଆ ବେଡା, ସୁସୁବା, ପୋଡାଗଡ଼ ଗ୍ରାମର   ଏକ  ୭୫ ମିଟର ବିଶାଳ  ତ୍ରିରଙ୍ଗା ପତାକା ଧରି ବିଜେପି ର କାର୍ଯ୍ୟକର୍ତ୍ତା ମାନେ ପଦଯାତ୍ରା କରିଥିଲେ।

ସେହିପରି ରେଙ୍ଗାଳି ମଣ୍ଡଲ ପକ୍ଷରୁ ରେଙ୍ଗାଳି ଗାଁ ଠାରୁ  ବଜାର୍ ଦେଇ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ୭୫ମିଟର ବିଶିଷ୍ଟ ବିଶାଳ ତ୍ରିରଙ୍ଗା ପତାକା ଧରି ବିଜେପି କାର୍ଯ୍ୟକର୍ତ୍ତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଡ୍ରାଇଭର୍ ସଂଘର ସଦସ୍ୟ  ପ୍ରମୁଖ ନିର୍ଘାତ ବର୍ଷାରେ ଘୋଷ ବାଦ୍ୟ ର ତlଳେ ତାଳେ ନାଚି ପଦଯାତ୍ରା କରିଥିଲେ।ରାସ୍ତାର ଉଭୟ ପାର୍ଶ୍ଵରେ ରେଙ୍ଗାଲି ଗାଁ ର ମହିଳା ମାନେ ଏହି ବିଶାଳ ତ୍ରିରଙ୍ଗା ପତାକାରେ ପୁଷ୍ପ ବର୍ଷା ସହିତ ବନ୍ଦାପନା କରି ସ୍ଵାଗତ ଜଣାଇଥିଲେ।

କାର୍ଯ୍ୟକ୍ରମରେ ପବିତ୍ରନଗର ମଣ୍ଡଳ ସଭପତି ପ୍ରହଲ୍ଲାଦ ସାମଲ, ରେଙ୍ଗାଳି ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ, ଜିଲା ଉପସଭାପତି  ନୃସିଂହ ବରାଳ,   ସୁମନ୍ତ ପ୍ରଧାନ, ଧ୍ରୁବ ଧିର,  ବସନ୍ତ ମଞ୍ଜରି ପ୍ରଧାନ, ମାମାଲି  ସାମଲ, ମୀନା ସାମଲ,  ସ୍ଵର୍ଣ୍ଣ ମଞ୍ଜରି ବେହେରା, ସମିତ ସଭ୍ଯ ପ୍ରିୟ ରଞ୍ଜନ ମହାନ୍ତି, ହିମାଂଶୁ ପାତ୍ର, ମନୋଜ ପ୍ରଧାନ ମନୋଜ ସାହୁ, ରଞ୍ଜନ ସାମଲ, ସୌଭାଗ୍ୟ ରାଉତ।