ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର: ଭିଜିଲାନ୍ସ ପଞ୍ଝାରେ ତହସିଲ କାର୍ଯ୍ୟାଳୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଗଂଜାମ ଜିଲ୍ଲା ହିଞ୍ଜିଳି କାଟୁ ର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଏନ ଜଗଦୀଶ ରାଓ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ମହଙ୍ଗା ପଡିଲା କିରାଣୀ ବାବୁଙ୍କୁ । ଜଣେ ଅବସରପ୍ରାପ୍ତ ପାରାମିଲିଟାରୀ ବ୍ୟକ୍ତି ପାଖରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଏକ କାଳୀନ କାର୍ଯ୍ୟାଳୟ ସହ ବାସ ଭବନ ରେ ବି ଚାଲିଛି ଚଢ଼ାଉ।