ହିଞ୍ଜିଳି କାଟୁ / (ରଜନୀକାନ୍ତ) :-ପାତ୍ରଲୋକଙ୍କ ବୟସ ବଢିଲେ ଆଖିରେ ପରଳ ପଡିବା ସହିତ ବିଭିନ୍ନ ପ୍ରକାର ସମସ୍ୟା ଆଖିରେ ଦେଖା ଯାଇଥାଏ।କିନ୍ତୁ ଅନେକ ଲୋକ ଅର୍ଥ ଅଭାବରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ସମସ୍ତେ ମେଡିକାଲ ଯାଇ ଚିକିତ୍ସା ହୋଇ ଯାଇ ପାରୁ ନାହାଁନ୍ତି।ଏହାକୁ ଦୃଷ୍ଟିରେ ରଖି ନନ୍ଦିକ ଗ୍ରାମର ନବ ନିର୍ବାଚିତ ସରପଞ୍ଚ ଶ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ଭଉଳ ଲୋକ ମାନେ ନିଜ ଗ୍ରାମ ପଞ୍ଚାୟତ ରେ କିପରି ସୁବିଧାରେ ଚକ୍ଷୁ ପରୀକ୍ଷା କରି ପାରିବେ ସେଥି ପାଇଁ ଗୁରୁବାର ଦିନ ସକାଳ ୯ ଘଣ୍ଟ ସମୟରେ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନନ୍ଦିକ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ କରିଥିଲେ ।
ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ର ୬୮ ନଂ ଜୋନ ର ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ଏଳା ସୁଦର୍ଶନ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀ, ସରପଞ୍ଚ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ଭଉଳ,ପୂର୍ବତନ ସରପଞ୍ଚ ଗଙ୍ଗାଧର ପାଣିଗ୍ରାହୀ,ବାବୁଲା ଭଉଳ ଶିବିର କୁ ପରିଚାଳନା କରିଥିବା ବେଳେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ର ସାମାଜିକ କର୍ମୀ ନୀଳ ଭଉଳ,ବାଲାଜ୍ୟ ଖଟାଇ ସହଯୋଗ କରିଥିଲେ। ଶିବିରରେ ସର୍ବ ମୋଟ ୧୦୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ସର୍ଜରୀ ପାଇଁ ୫୬ ଜଣ ଚୟନ କରାଯାଇଛି ସେଥି ମଧ୍ୟରୁ ୩୩ ଜଣଙ୍କୁ ଙ୍କୁ ପ୍ରଥମ ପର୍ଯ୍ୟାୟରେ ଶଙ୍କର ଚକ୍ଷୁ ହସ୍ପିଟାଲ ନିଆଯାଇଛି ।