ଉଦଳା: ଉଦଳା ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ବ୍ୟାଚର ପୁରାତନ ଛାତ୍ରମାନଙ୍କ ଦ୍ବାରା ବନମହୋସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ ଜଣରୁ ଅଧିକ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ପାଶ୍ୱରେ ୪ ଶହରୁ ଅଧିକ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିଥିଲେ । ବନମହୋସବ କାର୍ଯ୍ୟକ୍ରମକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଆଲୋଚନା ଚକ୍ରରେ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପାଢ଼ୀ, ଅଭିମନ୍ୟୁ ସାହୁ, ଶ୍ବାମ ସୁନ୍ଦର ବେହେରା ଏବଂ ଅବସର ପ୍ରାପ୍ତ ଡାକ୍ତର ଭାଗବତ ବେହେରା ,ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକୟତ୍ରୀ ଉର୍ମିଳା ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ମାନଙ୍କର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଏହି ସଭା କାର୍ଯ୍ୟକୁ ବିଦ୍ୟାଳୟର ସାଇନ୍ସ ଶିକ୍ଷକ ସମରଜିତ ମହାପାତ୍ର ପରିଚାଳନା କରିଥିଲେ । ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ଯୋଗଦେଇ ବନମହୋସବ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯୋଗ୍ୟ ଯେ , ” ଆମେ ୭୬ ” ବ୍ୟାଚର ଯୋଗଦେଇ ଥିବା ସମସ୍ତ ଛାତ୍ର ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧିନରେ ଉଚ୍ଚ ପଦବୀରେ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏହି ବନମହୋସବ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଉଦଳା ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ଚାରା ଯୋଗାଇ ଦିଆଯିବା ସହ ଉଦଳା ବନଧିକାରୀ ଅଜୟ ବେହେରା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।ପୁରାତନ ଛାତ୍ର ମନୋଜ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।