ପୋଲିସ ପେଟ୍ରୋଲିଙ୍ଗ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ

ଗଞ୍ଜାମ: ପାଟପୁର ଥାନା କଂସାମାରି – ଶବର ପଲ୍ଲୀ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ଏସି ଗାଡିକୁ ସନ୍ଦେହ ଜନକ ଭାବେ ଅଟକ ରଖିଥିଲା ପୋଲିସ। ଏଥିସହ ଗାଡିରେ ଥିବା ଏକ ଆଲମାରୀକୁ ମଧ୍ୟ ଯାଞ୍ଚ କରିଥିଲା । ସେଥିରୁ ଯାଞ୍ଚ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଚାରିଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।