ମୁମ୍ବାଇ:କିଛିଦିନର ବ୍ୟବଧାନପରେ ପୁଣି ଓଲା ଉପରେ ଆସିଛି ସାଂଘାତିକ ଅଭିଯୋଗ ।ନିୟମ ପାଳନ ନକରିବା ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଲା ଉପରେ ଭାରି ଦଣ୍ଡ ଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧.୬୭ କୋଟି ଟଙ୍କାର ବଡ଼ ଜରିମାନା ଲଗାଇଛି। ଜରିମାନା ଆଦାୟ କରିବା ପୂର୍ବରୁ ଆରବିଆଇ କମ୍ପାନୀକୁ ନୋଟିସ ଜାରି କରିଥିଲା। ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବ୍ୟତୀତ ଏହା ବ୍ୟକ୍ତିଗତ ଲୋନ ମଧ୍ୟ ପ୍ରଦାନ କରେ। ପ୍ରଥମ ନୋଟିସ ଜାରି କରି, ରିଜର୍ଭ ବ୍ୟାଙ୍କ ଦେଇଥିବା ବିବୃତ୍ତିରେ ଏହା କୁହାଯାଇଛି । ଆରବିଆଇ କହିଛି ଯେ କମ୍ପାନୀର ଉତ୍ତରକୁ ବିଚାର କରିବା ପରେ ନିର୍ଦ୍ଦେଶ ଦିଆଯାଇଛି ଯେ ନିର୍ଦ୍ଦେଶନାମା କାର୍ୟ୍ୟକାରୀ କରିବାରେ ବିଫଳ ହୋଇଛି ଏବଂ ଓଲା ଉପରେ ଦଣ୍ଡବିଧାନ କରିବା ଆବଶ୍ୟକ।ସେହିପରି ଆରବିଆଇ କେତେକ ବ୍ୟାଙ୍କ ଉପରେ ଦଣ୍ଡବିଧାନ ଜାରି କରିଛି। ଏହାପୂର୍ବରୁ, ନିୟମ ପାଳନ ନକରିବାରୁ ଆରବିଆଇ ସୋମବାର ତିନୋଟି କୋଅପରେଟିଭ ବ୍ୟାଙ୍କ ଉପରେ ଦଣ୍ଡବିଧାନ କରିଥିଲା।