କଲମ୍ବୋ: ଶ୍ରୀଲଙ୍କାର ପରିସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। ଦେଶ ସଂପ୍ରତି ଜରୁରୀ ଆର୍ôଥକ ପରିସ୍ଥିତି ଦେଇ ଗତି କରୁଛି। ବୁଧବାର ଦେଶରେ ବେକାବୁ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ଜନତା ବିକ୍ଷୋଭ କରିବାକୁ ସଡକ ମଧ୍ୟକୁ ଚାଲି ଆସିଛନ୍ତି। ତାଜା ସୂଚନା ଅନୁସାରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏଥିରେ ୪ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଆହତମାନଙ୍କର ସ୍ଥିତି ଗମ୍ଭୀର ଥିବା ଜଣାପଡିଛି। ହସ୍ପିଟାଲ ସୂତ୍ର ଅନୁଯାୟୀ ବିକ୍ଷୋଭ ପ୍ରଦର୍ଶନ ସ୍ଥଳରେ ଉଭୟଙ୍କ ମଧ୍ୟରେ ଝଗଡା ସହିତ ମାରପିଟ ହୋଇଥିଲା। ୪ ଆହତମାନଙ୍କର ବୟସ ୧୫, ୧୬, ୧୭, ୧୮, ୨୦ ମଧ୍ୟରେ ରହିଥିବା ଜଣାପଡିଛି। ସମସ୍ତେ କଲମ୍ବୋ ଓ ବୋଲାମପିଟିଆର ବାସିନ୍ଦା ବୋଲି ଜଣାପଡିଛି। ତେବେ ବିକ୍ଷେଭକାରୀମାନେ ପ୍ରଧାନମନ୍ତ୍ରୀ ସନିଲ ବିକ୍ରମସିନେ୍ଧଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଲୋକଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେହେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷସେ ଦେଶ ଛାଡି ପଳାଇଥିବା ଖବର ପ୍ରଚାରିତ ହେବା ପରେ ଦେଶର ପରିସ୍ଥିତି ଆହୁରି ବିଗିଡି ଯାଇଛି। ସେହିପରି ବିକ୍ଷୋଭକାରୀମାନେ ସଂସଦ ଭବନ ଅଭିମୁଖେ ଯିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣାପଡିଛି। ତେବେ ରାଷ୍ଟ୍ରପତି ରାଜପାକ୍ଷସେ ପରିବାର ସହିତ ମାଲଦ୍ୱୀପ ଚାଲିଯାଇଥିବା ଜଣାପଡିଛି। ତେବେ ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନେ୍ଧଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଶ୍ରୀ ସିନେ୍ଧ ରାଷ୍ଟ୍ରପତି ହେବାମାତ୍ରେ ଦେଶରେ ଜରୁରୀକାଳୀନ ଆର୍ଥକ ପରିସ୍ଥିତି ଘୋଷଣା କରିଥିଲେ। ଏଥି ସହିତ ପଶ୍ଚିମ ଶ୍ରୀଲଙ୍କାରେ କର୍ଫ୍ୟୁ ଘୋଷଣା କରିଛନ୍ତି। ପୁଲିସର ଲୁହ ବୁହା ଗ୍ୟାସ ପ୍ରୟୋଗ ସତ୍ତେ୍ୱ ବିକ୍ଷୋଭକାରୀମାନେ ଧାରଣା ସ୍ଥଳରୁ ହଟିନଥିବା ଜଣାପଡିଛି।