ମୁମ୍ବାଇ:ଏକାଠି ନଜର ଆସିବେ କରଣ ଅର୍ଜୁନ । ହଁ ଆଞା ଆପଣ ଭାବୁଥିବେ କୋଉ କରଣ ଅର୍ଜୁନ ।ଆମେ କହୁଛୁ ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କ କଥା ।‘କରନ-ଅର୍ଜୁନ’ ଫିଲ୍ମରେ ଲୋକଙ୍କ ହୃଦୟ ଜିତିଥିବା ଏହି ଯୋଡିଙ୍କୁ ଆଦିତ୍ୟ ଚୋପ୍ରାଙ୍କ ଏକ ଆକ୍ସନ୍ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ। ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଶେଷଥର ପାଇଁ ଉଭୟ ‘ଜିରୋ’ର ଏକ ଗୀତରେ ଏଠାକି ନଜର ଆସିଥିଲେ । ଏହା ପରେ ଏହି ଦୁଇ କଳାକାର ପଠାନ୍ ଓ ଟାଇଗର-୩ରେ ଅତିଥି କଳାକାର ଭାବେ ଦେଖାଯିବେ । କିନ୍ତୁ ଏବେ ଏହି ଦୁଇଜଣ ସୁପରଷ୍ଟାର ଏକାଠି ଏକ ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଆସିବେ ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ କଥା ହେଉଛି, ଉଭୟ ସଲମାନ୍ ଓ ଶାହାରୁଖ୍ ଏଥିରେ କାମ କରିବାକୁ ରାଜି ମଧ୍ୟ ହୋଇଯାଇଛନ୍ତି । ଏଯାବତ୍ ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ସ୍ଥିର କରାଯାଇ ନାହିଁ । ସେହିପରି ଶାହାରୁଖ ଖାନଙ୍କ ୩ ଟି ଚଳଚ୍ଚିତ୍ର ହେଉଛି ପଠାନ, ଜୱାନ ଏବଂ ଡଙ୍କି, ଏହି ତିନୋଟି ଚଳଚ୍ଚିତ୍ର ୨୦୨୩ ରେ ମୁକ୍ତିଲାଭ କରିବ। ସେ ତାଙ୍କର ଆଗାମୀ ଫିଲ୍ମ ଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ସଲମାନ ଖାନଙ୍କ କାର୍ୟ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ତାଙ୍କର ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ମୁକ୍ତିଲାଭ କରିବାକୁ ଯାଉଛି ।