ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ଉଦଳା ରଥରେ ପୂଜାର୍ଚ୍ଚନା

ଉଦଳା: ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିଃସର୍ତ ଖଲାସ ପାଇଁ ମହାପ୍ରଭୁଙ୍କ ରଥରେ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପୂଜାର୍ଚ୍ଚନା କରିଥିଲେ। ଅର୍ଦ୍ଧେନ୍ଦୁ ଦାସଙ୍କ ଯେଉଁପରି ଭାବେ ଇଓଡବ୍ଲୁ ଗିରଫ କରି କୋର୍ଟ ଚାଲାଣ କରିଛି ତାହାକୁ ବିରୋଧ କରିଥିଲେ। ତେବେ ଜେଲରେ ଅର୍ଦ୍ଧେନ୍ଦୁଙ୍କ ଶରୀର ଅସୁସ୍ଥ ହୋଇଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥି ସହିତ ତାଙ୍କୁ ନିଃସର୍ତ ଭାବେ ଖଲାସ କରିବା ପାଇଁ ଉଦଳା ରଥରେ ବିଜେ ଠାକୁରଙ୍କ ନିକଟରେ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାରର ସଦସ୍ୟ ପୂଜାର୍ଚ୍ଚନା କରିଥିଲେ। ଅର୍ଦ୍ଧେନ୍ଦୁଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ତାଙ୍କ ନାମରେ ପୂଜାର୍ଚ୍ଚନା କରାଯାଇଥିଲା। ଅର୍ଦ୍ଧେନ୍ଦୁ ଦାସ ଯେଉଁ ମହାପ୍ରଭୁଙ୍କୁ ସମର୍ପି ଓଡିଆଙ୍କ କଥା କହୁଥିଲେ ସେହି ଜଗନ୍ନାଥଙ୍କ ନିକଟରେ ସାମ୍ବାଦିକମାନେ ନିବେଦନ ଜଣାଇଛନ୍ତି ।