କଳାହାଣ୍ଡି:ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି।ଲୋକଙ୍କ ସୁବିଧା ନିମନ୍ତେ ସରକାରୀ ସ୍ତରରେ ମନରେଗା ତଥା ଅନ୍ୟ ଅନୁଦାନ ରେ ଅଭିନବ ପ୍ରୟାସ ଆରମ୍ଭକରି କରୁଛନ୍ତି।ପଂଚାୟତ କ୍ଷେତ୍ରରେ ଦୋକାନ ବଜାର ,ହାଟ ପାଇଁ ଗୃହ ନିର୍ମାଣ ସହ ଭିତ୍ତିଭୂମି ବିକାଶ କରି ପଂଚୟତର ଆୟ ବୃଦ୍ଧି କରାଯାଉଛି।କିନ୍ତୁ ଜୟପାଟଣା ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।୧୯୯୬ ମସିହାରେ ଜୟପାଟଣା ସହର କୁ ଲାଗି ଏକ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇଥିଲା।ଯାହାକୁ ସେ ସମୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭୁପିନ୍ଦର ସିଂ ଶୁଭ ଉଦଘାଟନ କରିଥିଲେ।। ପଂଚାୟତ ଅଧୀନ ରେ ୧୦ ରୁ ଉର୍ଦ୍ଧ୍ବ ଗୃହ ନିର୍ମାଣ ସହ ସେଠାରେ ଦୈନିକ ପନିପରିବା ହାଟ ବସିଥିଲା।ବର୍ଷକୁ ବର୍ଷ ଏହାର ଉନ୍ନତି କରିବା ସହ ଏକ ଆଦର୍ଶ ମାର୍କେଟ କମ୍ପଲେକ୍ସ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।।କିନ୍ତୁ ଆଜିକୁ ଦୀର୍ଘ ବର୍ଷ ହୋଇଥିଲେ ସୁଦ୍ଧା ଗୃହ ଗୁଡ଼ିକ ର ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇ ପଡିଛି।ଇତିମଧ୍ୟରେ ତିନି ସରପଞ୍ଚ ଆସିଲେଣି କିନ୍ତୁ କିଏ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି।ଛାତ ରେ ପାଣି ଗଳିବା ସହ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

ପନିପରିବା ବିକ୍ରି କରୁଥିବା ବେପାରୀ ଗୋଷ୍ଠୀ ଏ ନେଇ ସରପଞ୍ଚଙ୍କ ଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଖରେ ଜାଣିଥିଲ ମଧ୍ୟ ସୁଫଳ ମିଳି ନାହିଁ।ତେବେ ବର୍ଷା ଦିନ ଆସିଲେ ଏମାନଙ୍କ ଅବସ୍ଥା ଗୁରୁତର ହୋଇଯାଏ।ଗୃହ ଗୁଡିକରେ କିଛ ସମଗ୍ର ରଖିବା ଅସମ୍ଭବ ହେଉଛି।ଏହି ବଜାର ରେ ନିତିଦିନ ସଜ ଶାଗ ଓ ପନିପରିବା ମିଳିଥାଏ।ଯାହାଫଳରେ ଜୟପାଟଣା ସହରବାସୀ ଲାଭବାନ ହେବା ସହ ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ସୁବିଧା ହେଉଛି।କିନ୍ତୁ ମାର୍କେଟ କମ୍ପଲେକ୍ସର ଶୋଚନୀୟ ଜଗୁ ଉଭୟ ଖାଉଟି ଓ ପରିବା ବିକାଳୀ ହନ୍ତସନ୍ତ ହେଉଛନ୍ତି।ପଂଚାୟତର ରାଜ୍ୟ ଅନୁଦାନ, କେନ୍ଦ୍ରୀୟ ଅନୁଦାନ,ସାଧାରଣ ଅନୁଦାନ, ପଂଚାୟତ ଫଣ୍ଡ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅଞ୍ଚଳରେ ଛତୁ ଫୁଟିଲା ଭଳି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ର ଭଳିକି ଭଳି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେଉଛି।କିନ୍ତୁ ଏହି ମାର୍କେଟ କମ୍ପଲେକ୍ସ ସମସ୍ତଙ୍କ ଆଖି ଆଡ଼ୁଆଲ ରେ ରହିଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ସରକାର ପଂଚାୟତ ଅଧୀନରେ ଥିବା ଜଳ ଉତ୍ସ, ବଜାର, ହାଟ ଆଦି ର ପୁନଃରୀକ୍ଷିଣ ତଥା ପୁନଃନିର୍ମାଣ ପାଇଁ ବ୍ୟୟ ବରାଦ ମଧ୍ୟ କରୁଛନ୍ତି।କିନ୍ତୁ ଜୟପାଟଣାର ସାପ୍ତାହିକ ହାଟ ତଥା ମାର୍କେଟ କମ୍ପଲେକ୍ସ ନିଜର ଅସ୍ତିତ୍ବ ହରାଇବାକୁ ବସିଛି।ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି।