ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା

ବ୍ରିଟେନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଇଛନ୍ତି। ଏନେଇ ବିଟ୍ରିଶ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବୋରିସ ଜନସନଙ୍କ ମନ୍ତ୍ରୀମଣ୍ଡିଳରୁ ୫୦ ଜଣ ଇସ୍ତଫା ଦେବା ପରେ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କନଜରଭେଟିଭ ପାର୍ଟିରୁ ଶ୍ରୀ ଜନସନ ଇସ୍ତଫା ଦେଇଥିବା ବିବିସିର ପଲିଟିକାଲ ଏଡିଟର ଚେରିସ ମୋସନ କହିଛନ୍ତି। ଗତ ଦୁଇ ତିନି ଘଣ୍ଟା ମଧ୍ୟରେ ଜନସନଙ୍କ ମନ୍ତ୍ରୀମଣ୍ଡଳରୁ ୮ ଜଣ ମନ୍ତ୍ରୀଙ୍କ ସମେତ ୨ ଜଣ ସେକ୍ରେଟାରୀ ଇସ୍ତଫା ଦେଇଥିବା ଜଣାପଡିଛି। ଫଳରେ ଜନସନଙ୍କ କ୍ଷମତା ସଙ୍କୁଚିତ ହେଉଥିବା ଜଣାପଡିଛି। ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ନାଦିମ ଜାୱାଇ ଦେଶର ହିତ ଦୃଷ୍ଟିରୁ ଜନସନ ଇସ୍ତଫା ଦେବା ଦରକାର ବୋଲି ନିଜ ଟ୍ୱିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ଜନସନ କ୍ରିସ ପିଞ୍ଜରଙ୍କୁ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେବା ପରେ ଦଳ ତଥା ସରକାରରେ ବିଦ୍ରୋହ ଦେଖା ଦେଇଥିଲା। ପୂର୍ବରୁ କ୍ରିସ ପିଞ୍ଜରଙ୍କ ନାମରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ରହିଥିଲା। ଅଭିଯୋଗ ସତ୍ତେ୍ୱ ପିଞ୍ଜରଙ୍କୁ କାହିଁକି ନିଯୁକ୍ତି ଦିଆଗଲା ସେନେଇ ଦଳର ନେତା ଓ ମନ୍ତ୍ରୀମାନେ ପ୍ରଶ୍ନ କରିବା ସହ ବିରୋଧ ମଧ୍ୟ କରିଥିଲେ। ଫଳରେ ଏହାକୁ ପ୍ରତିବାଦ କରି ମନ୍ତ୍ରୀମଣ୍ଡଳରେ ଇସ୍ତଫାର ସୁଅ ଛୁଟିଥିଲା।