ଆର୍ମି କ୍ୟାମ୍ପରେ ଭୂସ୍ଖଳନ : ୨ ମୃତ,୫୦ ନିଖୋଜ
ମଣିପୁରର ନୋନି ଜିଲ୍ଲାରେ ଜିରିବାମ୍-ଇମ୍ଫାଲ ରେଲଓ୍ବେ ଲାଇନ୍ ନିକଟରେ ଭୂସ୍ଖଳନ।
(ମଣିପୁର) : ମଣିପୁରର ନୋନି ଜିଲ୍ଲାରେ ଜିରିବାମ୍-ଇମ୍ଫାଲ ରେଲଓ୍ବେ ଲାଇନ୍ ନିକଟରେ ଭୂସ୍ଖଳନ। ପାଖରେ ସେନାର ଟେରିଟୋରିଆଲ କ୍ୟାମ୍ପ ରହିଛି। ଭୂସ୍ଖଳନ କାରଣରୁ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ନିଖୋଜ୍ ଅଛନ୍ତି। ତେବେ ଉଦ୍ଧାର ଅଭିଯାନ ଜାରି ରଖିଛି। ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି। ଆହତଙ୍କର ଚିକିତ୍ସା ନୋନି ଆର୍ମି ମେଡିକାଲ ୟୁନିଟ୍ରେ କରାଯାଉଛି।
ସୂଚନାନୁସାରେ, ମୃତକମାନେ ହେଲେ ଭାରତୀୟ ସେନାର ୧୦୭ ଟେରିଟୋରିଆଲ୍ ଆର୍ମିର କର୍ମଚାରୀ। ସେମାନେ ମଣିପୁରର ନୋନି ଜିଲ୍ଲାରେ ତୁପୁଲ ରେଲଓ୍ବେ ଷ୍ଟେସନ୍ ପାଖରେ ଜିରିବାମ୍ରୁ ଇମ୍ଫାଲ ପର୍ଯ୍ୟନ୍ତ ଏକ ନିର୍ମାଣଧୀନ ରେଲଓ୍ବେ ଲାଇନ୍ର ସୁରକ୍ଷାରେ ମୁତୟନ ଥିଲେ। ବହୁ ପରିମାଣରେ ଭୂସ୍ଖଳନ ଦ୍ବାରା ଇଜେଇ ନଦୀକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରି ଦିଆଯାଇଛି। ଏହା ଭିତରେ ପିଆଇବି ପ୍ରତିରକ୍ଷା ଓ୍ବିଙ୍ଗ କହିଛନ୍ତି, ଭାରତୀୟ ସେନା ଓ ଆସାମ ରାଇଫଲର ଯବାନ ବହୁ ପରିମାଣରେ ଉଦ୍ଧାର ଅଭିଯାନ ଜାରି ରଖଛନ୍ତି। ସାଇଟ୍ରେ ଉପସ୍ଥିତ ଥିବା ଇଞ୍ଜିନିୟର ବିଭିନ୍ନ ଉପରଣକୁ ଉଦ୍ଧାର କରିବାର ମଧ୍ୟ ଚେଷ୍ଟା କରୁଛନ୍ତି।