ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା

ପୁରୀ(ଜୟନ୍ତ କୁମାର ସେଠୀ):ଚଳିତ ରଥଯାତ୍ରା ଉପଲକ୍ଷେ ୧ମିନଟ ୩୨ ସେକେଣ୍ଡର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |ଏହି ଭିଡ଼ିଓରେ ସ୍ୟାଣ୍ଡ ଆନିମେସନକୁ ସମ୍ପୂର୍ଣ ଭାବରେ ଆନିମେଟଡ଼ କରାଯାଇଛି | ଏଥିରେ ଜଗତରନାଥ ଜଗନ୍ନାଥଙ୍କ ବଡ ଦେଉଳର ନିର୍ମାଣ ଠାରୁ ଆରମ୍ଭ କରି ବଡ଼ରଥ ନିର୍ମାଣ ଏବଂ ଭକ୍ତବତ୍ସଳ ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ତାଙ୍କ ଲୀଳାଖେଳା ଦେଖାଇବା ପାଇଁ | ସାରା ସଂସାରକୁ ନିଜର ଦର୍ଶନ ଦେବା ପାଇଁ ବଡଦେଉଳରୁ ବାହାରି ଆସିଛନ୍ତି ରଥଉପରକୁ | ୨ ବର୍ଷ ହେଲା କରୋନା ମହାମାରୀ ପ୍ରକୋପରୁ ପ୍ରଭୁଙ୍କୁ ନଦେଖି ଥିବାରୁ ପ୍ରଭୁଙ୍କୁ ରଥାରୁଢ ଦେଖି ଭକ୍ତ ବିଭୋର ହୋଇଯାଉଥିବାର ଦୃଶ୍ୟ ଅତି ସୁନ୍ଦର ଭାବରେ ଆନିମେଟଡ଼ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ |ଏହି ୧ମିନିଟ ୧୬ସେକେଣ୍ଡର ଭିଡ଼ିଓ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୧୦ଘଣ୍ଟା ସମୟ ଲାଗିଥିଲା |ଏଥିରେ ସେ ସାରା ବିଶ୍ୱକୁ “ହାପି ରଥଯାତ୍ରା”ର ବାର୍ତ୍ତା ଦେଇଛନ୍ତି | ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମାସ୍କପିନ୍ଧି କୋଭିଡ ନିୟମ ମାନି ରଥଯାତ୍ରାରେ ସାମିଲ ହୁଅନ୍ତୁ|