ପୁରୀ: କରୋନା ମହାମାରୀର ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ପୁରୀରେ ଉଚ୍ଚସ୍ତରୀୟ ବୈଠକ ଡିଜିପି ସୁନୀଲ ବଂଶଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କଲେ ଡିଜିପି। ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା। ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦୟାରେ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି। ରଥଯାତ୍ରା ନେଇ ସବୁ ବିଭାଗର ବୈଠକ ନିଆଯାଇଛି। ସମସ୍ତେ ସଜାଗ ଅଛନ୍ତି। ଭଲ ଭାବେ କିପରି ରଥଯାତ୍ରା ହେବ, ମୁଖ୍ୟମନ୍ତ୍ରୀ ସେ ଦିଗରେ ଦୃଷ୍ଟି ଦେଉଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଧର୍ମର ଜୟ ହୋଇଛି, ମହାପ୍ରଭୁଙ୍କ ଜୟ ହୋଇଛି ବୋଲି ଜଗନ୍ନାଥ ସାରକା କହିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦିଆଯିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି।