ମାଓବାଦୀଙ୍କ ହମଲା, ୩ ସିଆରପିଏଫ ଯବାନ ସହିଦ

ନୂଆପଡା: ସିଆରପିଏଫ ଯବାନ ଓ ମାଓବାଦୀଙ୍କ ଗୁଳିବିନିୟ ଫଳରେ ୩ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନମାନେ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂ ବୋଲି ଜଣାପଡିଛି। ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଥିବା ଜଣାପଡିଛି। ସମ୍ପୃକ୍ତ ଜଙ୍ଗଲରେ ସିଆରପିଏଫ କ୍ୟାମ୍ପ ଥିଲା । ସେମାନେ ଆଉ ଗୋଟିଏ କ୍ୟାମ୍ପକୁ ଜିନିଷ ପତ୍ର ଧରି ଯାଉଥିବାବେଳେ ଏପରି ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଡିଆଇଜି ଓ ଏସପି ପହଞ୍ଚିଥିବା ଥିବା ଜଣାପଡିଛି। ତେବେ ପ୍ରତି ସହିଦ ପରିବାରକୁ ସହାୟତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ପ୍ରତି ସହିଦ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବା ଜଣାପଡିଛି।