ଅଗ୍ନିପଥ ନିଆଁ : ଯାତ୍ରୀ ଫେରିପାଇବେ ଟିକେଟର ପଇସା
ଦେଶରେ ଲଗାତାର ଭାବେ ଅଗ୍ନିପଥର ଯୋଜନା ନିଆଁ ହୁହୁ ହୋଇ ମାଡିଚାଲିଛି
(ବିହାର) : ଦେଶରେ ଲଗାତାର ଭାବେ ଅଗ୍ନିପଥର ଯୋଜନା ନିଆଁ ହୁହୁ ହୋଇ ମାଡିଚାଲିଛି । ଅଗ୍ନିପଥ ଯୋଜନା ଲାଗୁ କରିବା ନେଇ ବାଧା ପ୍ରାପ୍ତ ହୋଇଛି ରେଳ ସେବା । ସୋମବାର ଅପରାହ୍ନ ସୁଦ୍ଧା ଦେଶରେ ବାତିଲ ହୋଇଛି ୭୪୨ଟି ଟ୍ରେନ । ରବିବାର ମଧ୍ୟ ୪୮୩ଟି ଟ୍ରେନଯାତ୍ରାକୁ ବାତିଲ କରାଯାଇଥିଲା । ତେବେ ରଦ୍ଦ ହୋଇଥିବା ଟ୍ରେନ ଟିକେଟର ପଇସା କିନ୍ତୁ ଯାତ୍ରୀମାନେ ଫେରି ପାଇବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଥିପାଇଁ କୌଣସି TDR ଫର୍ମ ପୂରଣ କରିବାକୁ ପଡିବ ନାହିଁ ।
ବିକ୍ଷୋଭାକରୀଙ୍କ ପାଇଁ ସାରା ଦେଶରେ ଏକ ପ୍ରକାର ଠପ୍ ହୋଇଯାଇଛି ରେଳ ଚଳାଚଳ । ଅନ୍ୟପଟେ ୨୮ ଟି ଟ୍ରେନକୁ ଆଂଶିକ ଭାବେ ରଦ୍ଦ କରାଯାଇଛି । ଯେଉଁ ଟ୍ରେନ ଗୁଡିକ ଆଂଶିକ ଭାବେ ରଦ୍ଦ କରାଯାଇଛି ,ତାର ଟିକେଟ୍ କ୍ୟାନସେଲ ପାଇଁ ଯାତ୍ରୀଙ୍କୁ TDR ଫର୍ମ ପୂରଣ କରିବାକୁ ପଡିବ । ଆଗାମୀ ଦିନରେ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇଏହି ଟ୍ରେନଗୁଡିକ ଚଳାଚଳ କରିବ। । ତେବେ ଚାର୍ଟ ସିଟ୍ ପ୍ରସ୍ତୁତ ହେଲା ପରେ ହିଁ ଟ୍ରେନ ଚାଲିବ ବୋଲି ଟୁଇଟ କରିଛି ରେଳ ମନ୍ତ୍ରାଳୟ ।
ସୂଚନାନୁଯାୟୀ , ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂଆଯୋଜନା ଅଗ୍ନିପଥକୁ ବିରୋଧ କରି ସାରା ଦେଶରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଯୋଜନା ବିରୋଧରେ ଲଗାତାର ଭାବେ ୪ ଦିନ ହେଲା ଯୁବଗୋଷ୍ଠୀ ବିକ୍ଷୋଭ ପଦର୍ଶନ କରୁଛନ୍ତି । ଆନ୍ଦୋଳକାରୀ ମୁଖ୍ୟତଃ ଟ୍ରେନକୁ ଟାର୍ଗେଟ କରୁଛନ୍ତି ।