ପୁଣି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଭିନ୍ନ ୧୦ଟି ସ୍ଥାନରେ ଇଡିର ଚଢ଼ାଉ
ଲଗାତାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଇଡି କୋପ ଦୃଷ୍ଟି ପକାଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ।
(ଦିଲ୍ଲୀ) : ଲଗାତାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଇଡି କୋପ ଦୃଷ୍ଟି ପକାଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ତେବେ କିଛି ଦିନ ବ୍ୟବଧାନ ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ପୁଣି ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାଲ ଜୀବନ ବିଜ୍ଞାନ ଟ୍ରଷ୍ଟ ଓ କରୋଲ ବାଗ ମସଲାର ମାଲିକଙ୍କ ଠିକଣା ଉପରେ ମଧ୍ୟ ଇଡି ଚଢ଼ାଉ କରିଛି।
ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଆଜି ପୁଣି ରେଡ୍ କରିଛି ଇଡି। ଚଢ଼ାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍ସିଆର୍ ଭିତରେ ଅଛି। ଦୁଇ ସପ୍ତାହ ମଧ୍ୟରେ ଜୈନଙ୍କ ଠିକଣା ଉପରେ ଇଡିର ଏହା ହେଉଛି ଦ୍ୱିତୀୟ ଚଢ଼ାଉ। ଏହାପୂର୍ବରୁ ଜୁନ୍ ୬ରେ, ଇଡି ଅଧିକାରୀମାନେ ଜୈନ ସହ ଜଡିତ ସାତୋଟି ସ୍ଥାନରେ ଚଢ଼ାଉ କରିଥିଲେ।
ସୂଚନାନୁଯାୟୀ , ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହି ମାମଲରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା। ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢ଼ାଉ ହୋଇଥିଲା। ଏହ ଚଢ଼ାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା।