ଅଗ୍ନିପଥକୁ ବିରୋଧ : ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା
ତୃତୀୟ ଦିନରେ ପହଞ୍ଚିଛି ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ।
(ବିହାର) : ତୃତୀୟ ଦିନରେ ପହଞ୍ଚିଛି ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ । ଅଗ୍ନିପଥ ଯୋଜନାର ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରିକୟିୟାକୁ ବିରୋଧ କରି ହଙ୍ଗାମା ଜାରି ରହିଛି। ଆଜି ସକାଳେ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଉତ୍ତ୍ୟକ୍ତ ଜନତା ଟ୍ରେନ୍କୁ ବାଡ଼େଇ ଭଙ୍ଗାରୁଜା କରିବାରେ ସହ ଷ୍ଟେସନରେ ମଧ୍ୟ ଫିଙ୍ଗାପୋନପଡ଼ା କରିଛନ୍ତି।
ତେବେ ପୁଲିସହ ସେଠରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିନେଇଥିଲା। ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ଏସଏମସ ସର୍ଭିଆସକୁ ବାତିଲ କରାଯାଛି। ଏଠାରେ ସ୍ଥିତି ଭୟଭ୍କର ଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଛି।
ସୂଚନାନୁଯାୟୀ , ମୁଖ୍ୟତଃ ଚାକିରି ପାଇଁ ସର୍ତ୍ତ ଥିବା ୪ ବର୍ଷ ନିୟମକୁ ହଟାଇ ପୂର୍ଣ୍ଣକାଳିନ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି। ସେନାରେ ନୂଆ ନିୟମ ଅନୁଯାୟୀ, କାର୍ଯ୍ୟକାଳ ୪ ବର୍ଷ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ମାସିକ ଦରମା ୩୦,୦୦୦-୪୦,୦୦୦ ମିଳିବ ଏବଂ ଏଥିସହ ଅନ୍ୟ ଭତ୍ତା ମଧ୍ୟ ମିଳିବ। ସେମାନଙ୍କୁ ମେଡିକାଲ ଏବଂ ଇନସୁରାନ୍ସ ସୁବିଧା ମଧ୍ୟ ମିଳିବ। ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ସୈନିକ ସେନାରେ ରହିବେ ଏବଂ ସେମାନେ ସମ୍ପୂର୍ଣ୍ଣ ୧୫ ବର୍ଷ ପର୍ଯ୍ୟନ୍ତ ଅଣ ଅଫିସର ରାଙ୍କରେ ରହିବେ। ଅନ୍ୟମାନଙ୍କୁ ସେନାରୁ ବାହାର କରି ଦିଆଯିବ। ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଛି।