ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକଙ୍କୁ ମିଳୁଛି ଇସ୍ପାତ ଓ ଖଣି ପୂର୍ତ୍ତ ଦାୟିତ୍ୱ । ପୁଣି ଥରେ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ପୂର୍ବରୁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ଜାରି ରଖିବି । ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ମଲ୍ଲିକ ପୁଣିଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ତାଙ୍କୁ ଦାୟତ୍ୱ ମିଳିସାରିଛି । ପୂର୍ବରୁ ଖଣି ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଅଭିଜ୍ଞ ରାଜନେତାଙ୍କୁ ପଞ୍ଚମ ପାଳିରେ ଭରସିଛନ୍ତି ନବୀନ ପଟ୍ଟନାୟକ । ଢ଼େଙ୍କାନାଳ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କର ରାଜ୍ୟ ରାଜନୀତିରେ ବେଶ୍ ଦକ୍ଷତା ରହିଛି । ଏଥର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ଖୁସିବ୍ୟକ୍ତ କରି କୃତଜ୍ଞତା ଜଣାଇଛନ୍ତି ପ୍ରଫୁଲ୍ଲ । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।