୫ଥର ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଦେଇଛନ୍ତି : ନବ ଦାସ

ଭୁବନେଶ୍ୱର: ଆମର ଯିଏ ନେତା ସେ ଯେଉଁଠି ଛିଡ଼ା ହେବେ ସେଠାରେ ଗଣତନ୍ତ୍ରର ବିଜୟ ହେଉଛି । ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯେଉଁ ଦାୟିତ୍ବ ମିଳିଛି ତୁଲାଇବି । ପ୍ରଥମ ଥର ନୁହେଁ, ୫ମ ଥର ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ପୁଣି ନବଦାସଙ୍କୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ । ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ଭାବେ ଶପଥ ନେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ । ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ନବ ଦାସଙ୍କୁ ପୁଣି ଥରେ ରିପିଟ୍ କରିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ନବଦାସ । ନବୀନଙ୍କ ପଞ୍ଚମ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ତୁଲାଇଥିବା ନବ ଦାସଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରିଛନ୍ତି ନବୀନ । ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।