ଭୁବନେଶ୍ୱର : ଆଜି ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହୋଇଛି ନବକଳେବର। ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କରିଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା । ସେ ପୂର୍ବରୁ ୨୦୧୪ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀକୁ ପଦୋନ୍ନତି ହୋଇଥିବା ଏହି ନେତା ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଧାୟକ । ପୂର୍ବରୁ ଅଶୋକ ଚନ୍ଦ୍ର ପଣ୍ଡା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତେଣୁ ଦକ୍ଷତା ଓ ଅଭିଜ୍ଞତାଙ୍କୁ ଦେଖି ଅଶୋକଙ୍କୁ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ନିଜ ନୂଆଟିମରେ ସ୍ଥାନ ଦେଇଛନ୍ତି । ତେବେ ଲୋକସେବା ଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ଏହି ନୂତନ ମନ୍ତ୍ରୀମଣ୍ଡଳ ଶପଥ ପାଠ ପରେ ଉକ୍ତ ମନ୍ତ୍ରୀଙ୍କୁ ମିଳିଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଗୁରୁ ଦାୟିତ୍ୱ ।