ଇଡିରେ ହାଜର ହେବାକୁ ରାହୁଲଙ୍କୁ ନୂଆ ତାରିଖ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡିର ୨ୟ ନୋଟିସ । ରାହୁଲ ବିଦେଶ ଗସ୍ତରେ ଥିବାରୁ ଆସନ୍ତା ୮ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା । ଫଳରେ ଆସନ୍ତା ୧୩ ତାରିଖରେ ହାଜର ହେବାକୁ ପୁଣି ଥରେ ସମନ ଜାରି କରିଛି ଇଡି । ହେଲେ ଏହି ତାରିଖରେ ରାହୁଲ ଇଡିରେ ଉପସ୍ଥିତ ହେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା । ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଆସନ୍ତା ୮ତାରିଖରେ ହାଜର ହେବାକୁ ଇଡି ସମନ ଜାରି କରିଛି । ମାତ୍ର ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେ ଇଡିରେ ଉପସ୍ଥିତ ହେବେ କି ନାହିଁ, ତାହା ଜଣାପଡି ନାହିଁ ।