ଗରିବ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସୁବର୍ଣ୍ଣପୁର : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେଇ ଥିଲେ । ହିମାଚଳ ପ୍ରଦେଶର ରିଚ୍ ମଇଦାନରୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ନବ ନିର୍ମାଣ ଯୋଜନା ତ୍ୱରାନ୍ୱିତ କରିବା ସହ ରାଷ୍ଟ୍ରର ବିକାଶ, ସୁରକ୍ଷା ଓ ସମ୍ମାନ ଉଦେଶ୍ୟ ରେ ଦେଶରେ କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଯଥା ସୁନିଧି ଯୋଜନା,ଅଟଳ ପେନସନ ଯୋଜନା, ଉଜ୍ଜ୍ୱଳା ଯୋଜନା, ଜନଜୀବନ ମିଶନ, ସ୍ୱଚ୍ଛ ଭାରତ ମିଶନ, ମାତୃ ବନ୍ଦନା ଯୋଜନା, ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଆୟୁଷ୍ମାନ ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଷଦ ତଥ୍ୟ ପ୍ରଦାନ କରିଥିଲେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ଯିବା ଦ୍ୱାରା ଭ୍ରଷ୍ଟାଚାରକୁ ରୋକାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପ ସଭାପତି ସ୍ୱାଧୀନ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ପୈାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ,ଏଲ ଡି ଏମ କିଶୋର କୁମାର ଆଚାର୍ଯ୍ୟ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ଅଧିକାରୀ ବିଶ୍ୱନାଥ ରଥ, ସମସ୍ତ ବ୍ଲକ୍ ପଂଚାୟତ ସମିତି ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଂଚ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହି ଆଭାସୀ ସଭା କାର୍ଯ୍ୟକ୍ରମ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନେ ଉପସ୍ଥିତ ଥିଲେ I ଭର୍ଚୁଆଲ ପ୍ଲାଟଫର୍ମ ରେ ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ lକାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା, ଉପ ସଭାପତି ଝସକେତନ ବଘାର, ସୋନପୁର ମୁନିସିପାଲିଟି ଚେୟାରମ୍ଯାନ ତାମସୀ ତାମସ୍ମିତା ନାଏକ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ଯାନ ପ୍ରମୁଖ ଉପସ୍ଥିତ ଥିଲେ।