ପୈତୃକ ସମ୍ପତ୍ତି ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ କଳି

ଆଳି: ଭାଇ ଭାଙ୍ଗି ଦେଲା ଭଉଣୀ ଘର, ସମ୍ପତ୍ତିକୁ ନେଇ ଆଜି ଭାଇ -ଭଉଣୀ ମଧ୍ୟରେ ଥିବା ମଧୁର ସମ୍ପର୍କରେ ଦେଖା ଦେଇଛି ଫାଟ । ଭାଇ ଏମିତି ଏକ ଶବ୍ଦ ଯାହାର ମୂଲ୍ୟ ଜଣେ ଭଉଣୀ ହିଁ କହିପାରିବ । ଭଉଣୀଟିଏ ସାରା ଜୀବନ ଖୁସିରେ ରହିବା ପାଇଁ ସୁଖ ଦୁଃଖରେ ଠିଆ ହେବା ପାଇଁ ଭାଇ ହାତରେ ରାଖୀ ବାନ୍ଧି ଅଳି କରିଥାଏ। ଭାଇ ମଧ୍ୟ ତାର ଅଳି ଅର୍ଦଳିକୁ ପୂରଣ କରିଥାଏ । କିନ୍ତୁ ସାମାନ୍ୟ ସମ୍ପତ୍ତି ପାଇଁ ଭାଇ -ଭଉଣୀ ଆଜି ଗାଁ ଦାଣ୍ଡରେ ହାତାହାତି ହେବା ସହିତ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଭଳି ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ଅରେହିକଣା ପଞ୍ଚାୟତ ଗଭାଡିଆ ଗ୍ରାମରେ ।

ଗ୍ରାମର ଆରତୀ ସେଠୀ ଓ ତାଙ୍କ ଭାଇ ମାନସ ସେଠୀଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ପାଇଁ ଲାଗିଛି କଳି । ଆରତୀ ବିବାହ ପରେ ସ୍ୱାମୀ ଓ ପିଲାଙ୍କ ସହିତ ବାପଘରେ ରହୁଥିବା ବେଳେ ତାଙ୍କ ଭାଇ ମାନସ ତାଙ୍କୁ ଘରୁ ତଡ଼ିଦେବା ନିମନ୍ତେ ତାଙ୍କ ସହିତ କଳି ଲଗାଇଥିଲେ । ଦୁହିଙ୍କ ମଧ୍ୟରେ କଳି ଏତେ ବଢିଗଲା ଯେ ଉଭୟଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ଏନେଇ ଆରତି ଥନାରେ ଏତଲା ଦେବାକୁ ଯାଇଥିଲେ । ହେଲେ ଭାଇ ନାମରେ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ଭାଇ ମାନସ ଆରତୀ ରହୁଥିବା ଘରକୁ ଭାଙ୍ଗି ଦେଇଛି । ଯାହାଫଳରେ ଖୋଲା ଆକାଶ ତଳେ ଆରତୀ ପରିବାର କ୍ଷ ଏ ନେଇ ଆଳି ଥାନା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।